ଭୁବନେଶ୍ବର,୨୬।୦୫(ଡ଼ି.ଏଚ ବ୍ୟୁରୋ):-ହିଂସାତ୍ମକ ଅପରାଧ ଏବଂ ଗ୍ୟାଙ୍ଗ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୁଲିସ ରାଜ୍ୟବ୍ୟାପୀ ଏକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଅପରାଧୀଙ୍କୁ ସିଧା ସଳଖ ଏନକାଉଣ୍ଟର କରୁଛି । ଗତ ସପ୍ତାହ ମଧ୍ୟରେ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୩ ଜଣଙ୍କୁ ଏନକାଉଣ୍ଟର କରିଥିବାବେଳେ ବ୍ରହ୍ମପୁର, ସମ୍ବଲପୁର ଜିଲ୍ଲାରେ ହାଇ-ପ୍ରୋଫାଇଲ ଏବଂ ୱାଣ୍ଟେଡ୍ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ।

















