Thursday, August 13, 2026
ADVERTISEMENT
Home ଆଞ୍ଚଳିକ ପୁଣି ଭାରତରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା,ଓ ଡିଜେଲ ଲିଟର ପିଛା...

ପୁଣି ଭାରତରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା,ଓ ଡିଜେଲ ଲିଟର ପିଛା ୨ଟଙ୍କା ୭୧ ପଇସାକୁ ବୃଦ୍ଧି ଘଟିଛି।

17
ADVERTISEMENT

ନୂଆଦିଲ୍ଲୀ,୨୫।୦୫(ଡ଼ି.ଏଚ ବ୍ୟୁରୋ):- ପୁଣି ଭାରତରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା,ଓ ଡିଜେଲ ଲିଟର ପିଛା ୨ଟଙ୍କା ୭୧ ପଇସାକୁ ବୃଦ୍ଧି ଘଟିଛି। ପଶ୍ଚିମ ଏସିଆରେ ଆମେରିକା-ଇରାନ ବିବାଦ ଏବଂ ହର୍ମୁଜ ଜଳପଥ ବନ୍ଦ ରହିବା ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭୁବନବେଶ୍ଵରରେ ପେଟ୍ରୋଲ ଦର ୧୦୮ ଟଙ୍କା.୮୩ ପଇସା ହୋଇଥିବାବେଳେ ଡିଜେଲ ଦର ୧୦୦ ଟଙ୍କା.୫୫ପଇସା ହୋଇଛି । ଭାରତ ନିଜ ଆବଶ୍ୟକତାର ୮୮ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରେ ଏବଂ ଏଥିପାଇଁ ଡଲାର ଆକାରରେ ପେମେଣ୍ଟ କରିବାକୁ ପଡ଼ିଥାଏ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବଢ଼ିବା ଏବଂ ଅନ୍ୟପଟେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବା କାରଣରୁ ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି।

Advertisement