ଓଜେୟୁ ଜିଲ୍ଲା ସଭାପତିଙ୍କ ଦ୍ୱାଦଶ ଦିବସରେ ସ୍ମୃତି ଚାରଣ ସଭାରେ ଯୋଗଦେଇ ସ୍ମୃତି ଚାରଣ କଲେ ରାଜ୍ୟ ସଭାପତି l

1
ADVERTISEMENT

ଭୁବନେଶ୍ୱର ୨୫।୦୫(ଋଷିକେଶ ବେହେରା):- ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା ସଭାପତି ସ୍ୱର୍ଗତ ରବିନ୍ଦ୍ର ପଟନାୟକଙ୍କ ଦ୍ୱାଦଶ ଦିବସରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାର କଙ୍କରଡା ଗ୍ରାମରେ ଆୟୋଜିତ ସଭାରେ ଓଜେୟୁ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଯୋଗଦେଇ ସ୍ୱର୍ଗତ ଜିଲ୍ଲା ସଭାପତିଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ସମ୍ବାଦିକ ମାନଙ୍କ ସାମୂହିକ ବିକାଶ ପାଇଁ ସେ କରିଯାଇଥିବା ଅବଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ l ଓଜେୟୁ ରାଜ୍ୟ କୋଷାଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ, ରାଜ୍ୟ ସବ କମିଟି ମହିଳା ଆବାହିକା ତଥା ଜାତୀୟ ଆଶା ଇକବାଲ ପୁରସ୍କାର ପ୍ରାପ୍ତ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସାଧାରଣ ସମ୍ପାଦକ ଶିବ ପ୍ରସାଦ ସାହୁ, ସରୋଜ ପଟନାୟକ, ସତ୍ୟ ନାରାୟଣ ପାଢ଼ୀ , ସୂର୍ଯ୍ୟନାରାୟଣ ପାଣିଗ୍ରାହି ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତି ଚାରଣ କରିଥିଲେ l ସେହିପରି ଗତ ୨୨ତାରିଖରେ ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସ୍ୱର୍ଗତ ଜିଲ୍ଲା ସଭାପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସଭାପତି ଶ୍ରୀ ପ୍ରହରାଜଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜ୍ୟ ଉପସଭାପତି ଦୀପକ କୁମାର ସାହୁ, ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, କୋଷାଧ୍ୟକ୍ଷ ଅରୁଣ ଷଢଙ୍ଗୀ,ଡ଼ଃ ରମଣୀ ରଞ୍ଜନ ଦାଶ, ସୁଶାନ୍ତ ମହାପାତ୍ର, ରାଜ କିଶୋର ତ୍ରିପାଠୀ ପ୍ରମୁଖଙ୍କ ସମେତ ରାଜ୍ୟର ୨୨ ଟି ଜିଲ୍ଲାର ରାଜ୍ୟ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହି ନିରବ ପ୍ରାଥନା ସହ ଅମର ଆତ୍ମର ସଦଗତି କାମନା କରିଥିଲେ l

Advertisement