ବାଲେଶ୍ବର,୨୩।୦୫(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକାର ମାମୁ ଓ ମାକୁ ହାଣିଲା ପ୍ରେମିକ । ପ୍ରେମିକା ନିଜ ମାଆ ଓ ମାମୁଙ୍କ ସହ ଆପୋଷ ବୁଝାମଣା ପାଇଁ ଷ୍ଟେସନ ପରିସରକୁ ଆସିଥିବାବେଳେ କଥା କଟାକଟିକୁ ନେଇ ପ୍ରେମିକାର ମାଆ ଓ ମାମୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ପ୍ରେମିକ ଯତୀନ ପ୍ରଧାନ । ଗୁରୁତ୍ୱର ଅବସ୍ଥାରେ ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବାବେଳେ ଘଟଣାସ୍ଥଳରେ ପୋଲିସ ର ତଦନ୍ତ ଆରମ୍ଭ ।


















