ବ୍ରହ୍ମପୁର ୨୩।୦୫(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଟପୁର ମହାନଳା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର । ନାବାଳକ ଜଣକ ଘର ଦାଣ୍ଡରେ ଖେଳୁଥିବାବେଳେ ୫ରୁ ଅଧିକ କୁକୁର ଘେରି ଝୁଣି ଦେଇଥିଲେ । ଗୁରୁତର ଅବସ୍ଥାରେ ସେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲର୍କୁ ସ୍ଥାନାନ୍ତର କରାଯାଇଛି।


















