Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଗ୍ରାମ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆସିଲା ଆଜ୍ଞାମାଳ ।ମୁଖ୍ୟମନ୍ଦିରରୁ ଫୁଲ...

ଜଗଦଳପୁର ଗ୍ରାମ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆସିଲା ଆଜ୍ଞାମାଳ ।ମୁଖ୍ୟମନ୍ଦିରରୁ ଫୁଲ ଚାଙ୍ଗୁଡ଼ିରେ ଅସ୍ଥାୟୀ ମନ୍ଦିରକୁ ଆସିଲେ ମାଁ ସାଆନ୍ତାଣୀ।

18
ADVERTISEMENT

ବ୍ରହ୍ମପୁର,୨୨।୦୫(ଇ ରଞ୍ଜନ):-ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମର ପ୍ରସିଦ୍ଧ ମାଁ ବୁଢୀ ସାଆନ୍ତାଣୀ ଙ୍କ ଦ୍ଵିବାର୍ଷିକୀ ଯାତ୍ରା ପାଇଁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ମନ୍ଦିରରୁ ଆସିଲା ଆଜ୍ଞା ମାଳ। ଗୁରୁବାର ସନ୍ଧ୍ୟାରେ ମାଁ ବୁଢୀ ଠାକୁରାଣୀ ମନ୍ଦିର ପରିଚାଳନା କମିଟି ଏବଂ ମାଁ ସାଆନ୍ତାଣୀ ଙ୍କ ବାପା ଘର ବୋଲାଉଥିବା ସାହୁ ପରିବାରର ମହିଳା ମାନେ ମାଁ ଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ ଏହି ଅବସରରେ ଗ୍ରାମବାସୀ ଙ୍କ ଢୋଲ ,ମୃଦୁଙ୍ଗ,ଘଣ୍ଟ ସ୍ଥଳରେ ପ୍ରକମ୍ପିତ ହୋଇଥିଲା ମନ୍ଦିର । ମାଁ ଙ୍କୁ ଆମନ୍ତ୍ରଣ ପାଇଁ ସାହୁ ପରିବାରରୁ ବାଉଁଶ ଟୋକେଇରେ ଯାଇଥିବା ଇଟିମଳା ଫୁଲ କୁ ମାଁ ଙ୍କ ମସ୍ତକରେ ଚଢ଼ାଯିବା ପରେ ଆମନ୍ତ୍ରଣ କରାଯାଇଥିଲା । ମାଁ ଙ୍କ ମସ୍ତକରୁ ଇଟିମଳା ଫୁଲ ଚାଙ୍ଗୁଡ଼ି କୁ ଖସିବା ପରେ ହୁଳହୁଳି ,ଘଣ୍ଟସ୍ଥଳ,ମୃଦଙ୍ଗ ତାଳରେ ପ୍ରକମ୍ପିତ ହୋଇଥିଲା ମନ୍ଦିର । ଏହାପରେ ମାଁ ଙ୍କୁ ଏକ ବିରାଟ ପଟୁଆରରେ କାଳୁଆ ମନ୍ଦିର ନିକଟରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ଚାଙ୍ଗୁଡ଼ିରେ ହିଁ ସ୍ଥାପନା କରାଯାଇଥିଲା । ମାଁ ବାପଘର କୁ ଆସିବା ପରେ ଆଜି ବିଶ୍ରାମ ନେଇ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ । ଆସନ୍ତା କାଲି ଠାରୁ ମାଁ ବୁଢୀ ସାଆନ୍ତାଣୀ ଠାକୁରାଣୀ ଘଟରେ ପ୍ରବେଶ କରିବା ପରେ ସନ୍ଧ୍ୟାରେ ନଗର ଭ୍ରମଣରେ ବାହାରିବେ । ଦୀର୍ଘ ୧୫ ଦିନର ଯାତ୍ରା ଅବସରରେ ମାଁ ସାଆନ୍ତାଣୀ ଗୁରୁବାର, ସଂକ୍ରାନ୍ତି ଏବଂ ଅମାବାସ୍ୟା ବ୍ୟତୀତ ସମସ୍ତ ଦିନରେ ନଗର ଭ୍ରମଣରେ ବାହାରିବା କାର୍ଯ୍ୟକ୍ରମ ରହିଛି। ମାଁ ଆସନ୍ତା ମାସ ୪ ତାରିଖରେ ବାପ ଘରୁ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମାଁ ବୁଢୀ ସାଆନ୍ତାଣୀ ଠାକୁରାଣୀ ମନ୍ଦିର ପରିଚାଳନା ଏବଂ ଯାତ୍ରା କମିଟି ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ର ସଭାପତି ନିରଞ୍ଜନ ସାହୁ, ଡ଼ା.ଉମାକାନ୍ତ ସାହୁ,ପଞ୍ଚାନନ ସାହୁ, ଶିଶିର ସାହୁ, ହରିଶ୍ଚନ୍ଦ୍ର ସାହୁ,ସଂଜୟ ସାହୁ,ଉଦୟନାଥ ସାହୁ, ସ୍ୱରୂପ ସାହୁ, ଜନ୍ମେଞ୍ଜୟ ସାହୁ, ସୀମା ବେହେରା,ନିଳାଞ୍ଚଳ ବେହେରା, ଭାଗିରଥୀ ଗନ୍ତାୟତ,ପତିତପାବନ ଗନ୍ତାୟତ ଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Advertisement