ବ୍ରହ୍ମପୁର,୨୨।୦୫(ଋଷିକେଶ ବେହେରା):-ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକମାନେ ହେଲେ ହଂସପୁର ଗ୍ରାମ ନିବାସୀ ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ସି ଆର ସି ସି ରଘୁନାଥ ପ୍ରଧାନ ଓ ହୂମ୍ବର ଗ୍ରାମର ଯୋଗେନ୍ଦ୍ର ଦାସ l ପ୍ରାପ୍ତ ସୂଚନା ପ୍ରକାରେ ଗତ ବୁଧୁବାର ମଧ୍ୟାର୍ଣ୍ଣ ସମୟରେ ସି ଆର ସି ସି ଜଣଙ୍କ ଵି ଏଲ ଓ କାର୍ଯ୍ୟସାରି ନିଜ ଓଲା ଗାଡ଼ିରେ ଛତ୍ରପୁର ରେ ନେଇଥିବା ଭଡା ଘର ଅଭିମୁଖେ ଆସୁଥିଲେ l ଏହି ସମୟରେ ବିପରିତ ଦିଗରୁ ଓ ଟ୍ରାକ୍ଟର ରୁ ଓଭରଟେକ କରି ଆସୁଥିବା ଯୋଗେନ୍ଦ୍ରଙ୍କ 0D ୦୭ ୫୭୮୪ ଗ୍ରାମର ସହ ମୁହାଁମୁହିଁ ଧକ୍କା ଅଇଥିଲା l ଫଳରେ ସିଆରସିସି ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଦ୍ୱାରା ପ୍ରବଳ ରକ୍ତଶ୍ରାବ ହୋଇଥିଲା l ଯାହାକୁ ନେଇ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରଣାବାୟୁ ଉଡିଯାଇଥିଲା l ପରେ ଖବରପାଇ ୧୦୮ ଆମ୍ବୁଲଆନ୍ସ ଦ୍ୱାରା ଉଭୟଙ୍କୁ ଛତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା l ଡାକ୍ତର ସି ଆର ସି ସି ଙ୍କୁ ମୃତ ଘୋଷଣା କରିବା ସହ ଗୁରୁତ୍ତର ଯୋଗେନ୍ଦ୍ର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ l କିନ୍ତୁ ରାସ୍ତାରେ ଗୁରୁତ୍ତର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା l ଖବର ପାଇ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚି ଉଭୟ ପରିବାର କୁ ସମବେଦନା ଜଣାଇବା ସହ ସହଯୋଗ କରିଥିଲେ l ସେହିପରି ଗଞ୍ଜାମ ପୁଲିସ ଅଧିକାରୀ ସୁମିତ୍ରା ପାତ୍ର ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି l

















