ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ।

2
ADVERTISEMENT

ବ୍ରହ୍ମପୁର,୨୨।୦୫ (ଡ଼ି.ଏଚ ବ୍ୟୁରୋ):-ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ସହକାରୀ ନିବନ୍ଧକ,ସମବାୟ ସମିତି ସମୂହ ନିବନ୍ଧକ ଟିଟିଲାଗଡ଼ ମଣ୍ଡଳ କାର୍ଯ୍ୟାଳୟର କିରାଣୀ ଅନିଲ ପଣ୍ଡା ଓ ପିଅନ ହରେକୃଷ୍ଣ ମାଝୀ। ସେମାନେ ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ନେଇ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦଳ ହାତରେ ଧରାପଡ଼ିଛନ୍ତି । ସେହିପରି ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କ ପୈୃତକ ଘର ଏବଂ ଅଫିସ ସମେତ ବ୍ରହ୍ମପୁରର ୬ଟି ସ୍ଥାନରେ ଚଢାଉ ଜାରି ରଖିଛି ।

Advertisement