ବ୍ରହ୍ମପୁର,୨୨।୦୫ (ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ପୋଲିସର ଅପରାଧୀଙ୍କ ଉପରେ ଏନକାଉଣ୍ଟର l ଫଳରେ ଅନ୍ୟ ଅପରାଧୀ ଆପେ ଆପେ ଆସି କଲେ ଆତ୍ମସମର୍ପଣ l ବ୍ରହ୍ମପୁର ଗିରିରୋଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ଏନକାଉଣ୍ଟର କରିଥିବାବେଳେ ଆପେ ଆପେ ଟାଉନ୍ ଥାନାକୁ ଆସି ସରେଣ୍ଡର କରିଛି ଅନ୍ୟତମ ଅଭିଯୁକ୍ତ ଆଶିଷ ସାହୁ । ଏଥି ସହ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଦୀନେଶ କୁମାର ପଣ୍ଡାକୁ ମଧ୍ୟ ଗିରଫ କରିଛି ପୋଲିସ । ଏବଂ ସେମାନଙ୍କ ଠାରୁ ଦୁଇଟି ସ୍କୁଟି, ଦୁଇଟି ମୋଟର ସାଇକେଲ, ଗୋଟିଏ ମୋବାଇଲ ଫୋନ ଏବଂ ଗୋଟିଏ ବାଉଁଶ ବାଡ଼ି ଜବତ କରିଛି।
















