ବ୍ରହ୍ମପୁର,୨୧।୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l ଟାମଣା ଘଟି ନିକଟରେ ଅଭିଯୁକ୍ତ ମୁକେଶ ପୁଲିସ ଉପରକୁ ଆକ୍ରମଣ କରିଥିଲା। ଫଳରେ ପୁଲିସର ପାଲଟା ଗୁଳି ରେ ସେ ଆହତ ହୋଇଥିବା ସୂଚନା। ସେହିପରି ଏହି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତ ବ୍ରଜନଗର ୪ର୍ଥ ଲାଇନର ରାଜ ମାଲହୋତ୍ରା(୨୧) ଓ ଶ୍ରରାମନଗର ଷଷ୍ଠ ଲାଇନର ଲିଙ୍ଗରାଜ ସାମଲ ଙ୍କୁ କାବୁ କରି ସେମାନଙ୍କ ନିକଟରୁ ଗୋଟିଏ ଠେଙ୍ଗା, ୨ଟି ସ୍କୁଟି ଓ ଗୋଟିଏ ମୋବାଇଲ ଜବତ କରିଛି।















