ପୁରୀ,୨୧।୫(ଡ଼ି.ଏଚ ବ୍ୟୁରୋ):-ପଞ୍ଜାବ ଫିରୋଜପୁରରେ ଅଦିନିଆ ରଥଯାତ୍ରା ପ୍ରସ୍ତୁତିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ ବିରୋଧ କରିଛନ୍ତି । ଏବଂ ଏହି ଘଟଣାକୁ ନେଇ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଫିରୋଜପୁର ଡେପୁଟି କମିଶନର ତଥା ଜିଲ୍ଲାପାଳ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅପିଲ୍ କରିଛନ୍ତି । ଏବଂ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାରମ୍ପରିକ ବିଧି ଅନୁସାରେ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବ । ତେଣୁ ନିର୍ଦ୍ଧାରିତ ତିଥି ପୂର୍ବରୁ ବା ପରେ ରଥଯାତ୍ରା କରିବା ଶାସ୍ତ୍ର ବିରୋଧୀ ।















