ରାଜ୍ୟରେ ଅସହ୍ୟ ତାତି ଜାରିଥିବା ବେଳେ ଆଗାମୀ ୫ ଦିନ ଯାଏ ଏଭଳି ସ୍ଥିତି ଜାରି ରହିବ ।

2
ADVERTISEMENT

ଭୁବନେଶ୍ୱର,୨୧।୫(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଅସହ୍ୟ ତାତି ଜାରିଥିବା ବେଳେ ଆଗାମୀ ୫ ଦିନ ଯାଏ ଏଭଳି ସ୍ଥିତି ଜାରି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଖରା ଓ ଗରମକୁ ନେଇ ପାଣିପାଗ ବିଭାଗ ୪ଟି ଜିଲ୍ଲା ନୟାଗଡ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡାକୁ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଜାରି କରିଥିବାବେଳେ ବଲାଙ୍ଗିର ଓ ସମ୍ବଲପୁର ଦୁଇ ଜିଲ୍ଲାକୁ ଉଷ୍ମ ରାତ୍ରି ଏବଂ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ, ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୬ ଟି ଜିଲ୍ଲାକୁ ଉଷ୍ମ ଓ ଆଦ୍ରର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ।

Advertisement