ଭୁବନେଶ୍ୱର,୧୯/୦୫(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିକଟସ୍ଥ ଚଡ଼େଇଗୁଆଁ ସ୍ଥିତ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ । ସେ ତାଙ୍କ ସ୍କୁଲର ଜଣେ କର୍ମଚାରୀଙ୍କ ଠାରୁ ବକେୟା ଦରମା କ୍ଳିଅର କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛନ୍ତି । କର୍ମଚାରୀ ଜଣକ ଅଗଷ୍ଟ, ୨୦୨୫ରେ ଯୋଗଦାନ କରିବା ପରଠାରୁ ଦରମା ପାଇ ନଥିଲେ। ସେହିଭଳି ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ଅଫିସ୍, ଧର୍ମଗଡ଼ ଓ ଭବାନୀପାଟଣା ସ୍ଥିତ ବାସଭବନ ଓ ଫାର୍ମହାଉସରେ ଚଢ଼ାଉ ଜାରି କରୁଛି ।
















