ବ୍ରହ୍ମପୁର,୧୯/୦୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର ନିକଟ ନୂତନ ନିର୍ମିତ କଲ୍ୟାଣ ମଣ୍ଡପ ପାଖରେ ଚଢ଼ାଉ କରି ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତକୁ ଗିରଫକରିବା ସହ ୨ ନାବାଳକକୁ ଅଟକ ରଖିଛି । ସେଠାରେ କିଛି ଦୁର୍ବୃତ୍ତ ହାଇୱେ ଓ ବାଇପାସ୍ ରାସ୍ତାରେ ଡକାୟତି ଓ ଲୁଟ୍ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିଥିଲା। ୩ଜଣ ଅଭିଯୁକ୍ତ ହେଲେ ରୁଦ୍ର ନାରାୟଣ ଗୌଡ଼ (୧୯), ଆକାଶ ଭୁୟାଁ (୨୪) ଓ ଲକ୍ଷ୍ମଣ ଘଡେଇ ।
















