ADVERTISEMENT
Home ଆଞ୍ଚଳିକ ଶ୍ରୀକୃଷ୍ଣ ସରକାରୀ ହାଇସ୍କୁଲ ୨୦୦୧ ବ୍ୟାଚର ବନ୍ଧୁମିଳନ ଉତ୍ସବ ପାଳିତ ।

ଶ୍ରୀକୃଷ୍ଣ ସରକାରୀ ହାଇସ୍କୁଲ ୨୦୦୧ ବ୍ୟାଚର ବନ୍ଧୁମିଳନ ଉତ୍ସବ ପାଳିତ ।

20
ADVERTISEMENT

କୁକୁଡାଖଣ୍ଡି ,୧୮।୦୫(ଡ଼ି.ଏଚ ବ୍ୟୁରୋ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ସ୍ଥିତ ଶ୍ରୀକୃଷ୍ଣ ସରକାରୀ ହାଇସ୍କୁଲ ପରିସରେ ୨୦୦୧ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଛି। ଦୀର୍ଘ ୨୫ ବର୍ଷ ପରେ ପୁରୁଣା ସହପାଠୀମାନେ ଏକାଠି ହୋଇ ନିଜ ଛାତ୍ର ଜୀବନର ସ୍ମୃତିକୁ ତାଜା କରିଥିଲେ। ଉକ୍ତ ବ୍ୟାଚର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରସ୍ପରକୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ପରଲୋକଗତ ଶିକ୍ଷକ ଏବଂ ଛାତ୍ରଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଶରତ ଚନ୍ଦ୍ର ସାହୁ, ଦୁଃଖିଶ୍ୟାମ ପାତ୍ର, ଲକ୍ଷ୍ମଣ ପାତ୍ର , ବ୍ରଜକିଶୋର ତ୍ରିପାଠୀ, କିଶୋର ଚନ୍ଦ୍ର ପଟ୍ଟନାୟକ, ପ୍ରଣତୀ ମିଶ୍ର, ଅଜୟ ରଥ, କ୍ଷୀରୋଦ ପାତ୍ର , ଭୈରବ ସାର୍, ପିଅନ୍ କାଳୁ ଚରଣ ଡାକୁଆ, କୈଳାସ ପାତ୍ର ଏବଂ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଫୁଲତୋଡ଼ା, ଉପହାର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଦୀର୍ଘ ବର୍ଷର ଗୁରୁମାନଙ୍କୁ ନିକଟରେ ପାଇ ଅନେକ ପୂର୍ବତନ ଛାତ୍ରଛାତ୍ରୀ ଭାବବିହୁଳ ହୋଇପଡ଼ିଥିଲେ। ପରେ ସମସ୍ତେ ନିଜ ଛାତ୍ର ଜୀବନର ସ୍ମୃତି, ଦ୍ରୁଷ୍ଟାମୀ ଓ ଅନୁଭୂତିକୁ ବାଣ୍ଟିଥିଲେ। ଖଟା-ମିଠା ସ୍ମୃତିର ଆଲୋଚନାରେ ସମଗ୍ର ପରିବେଶ ଭାବପ୍ରବଣ ହୋଇଯାଇଥିଲା। ଏହାପରେ ନାଚ, ଗୀତ ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ପ୍ରସାଦ ସେବନ କରି ସମସ୍ତେ ଘରକୁ ଫେରିଥିଲେ।ଏଥିରେ ଛାତ୍ରଛାତ୍ରୀ ଏସ୍. ଅଜିତ୍ ପାତ୍ର, ରମେଶ ପାତ୍ର, ନାରାୟଣ ସାହୁ, ପ୍ରଦୀପ ପାତ୍ର, ଦିଲ୍ଲୀପ ଶିବରାମ ସାହୁ,ରାଜୀବ ପ୍ରଧାନ,ସମ୍ବିତ୍, ରଶ୍ମି, ଲିଙ୍ଗରାଜ, ସଙ୍କର ସମେତ ଅନେକ ପୂର୍ବତନ ଛାତ୍ରଛାତ୍ରୀ ଏହି ଉତ୍ସବକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ବନ୍ଧୁମିଳନ ଆୟୋଜନ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।

Advertisement