ସାରା ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳଗୁଳି ଜାରି ରହିଛି ।

3
ADVERTISEMENT

ଭୁବନେଶ୍ୱର,୧୮।୦୫(ଡ଼ି.ଏଚ ବ୍ୟୁରୋ):- ସାରା ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳଗୁଳି ଜାରି ରହିଛି । ଗତକାଲି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିବାବେଳେ ବୌଦ୍ଧ ସହର ୪୨.୯ ଡିଗ୍ରି ସହ ସର୍ବାଧିକ ଉତ୍ତପ୍ତ ସହର ଥିଲା । ସେହିଭଳି ଆଜି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଏହି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Advertisement