ବ୍ରହ୍ମପୁର,୧୭।୦୫,(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ପୁଲିସର ଏନକାଉଣ୍ଟର l ଗଂଜାମ ଜିଲ୍ଲାରେ ଅପରାଧ ବିରୁଦ୍ଧରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ପୁଲିସ ଏନକାଉଣ୍ଟରରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଜଣେ ଦୁର୍ଦ୍ଦନ୍ତ ଅପରାଧୀ ଦିପୁନ ନାୟକ ଗୁରୁତର ଆହତhoi ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି l ଏବଂ ନାମରେ ଏକାଧିକ ହତ୍ୟା ଉଦ୍ୟମ ସହ ବିଭିନ୍ନ ଅପରାଧିକ ମାମଲା ରହିଛି।ସେହିଭଳି ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡି ଗ୍ରାମରେ ହରେଶ ନାୟକ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଚମ୍ପଟ ମାରିଲେ କିଛି ଦୁର୍ବୃତ୍ତ । ଦାଦା ବଟି ନ ଦେବାରୁ ଦୁର୍ବୃତ୍ତମାନେ ଗାଁରେ ପଶି କାର୍କୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରି ଥିବା ସୂଚନା ମିଳିଛି ।

















