Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ପିଇଓଙ୍କ ମୃତ୍ୟୁ ଦୀର୍ଘ ୨ ମାସ ବିତି ଯାଇଥିଲେ ବି ଏଟିଓ ଉପରେ କାର୍ଯ୍ୟାନୁଷ୍ଠାନ ନଥିବାରୁ...

ପିଇଓଙ୍କ ମୃତ୍ୟୁ ଦୀର୍ଘ ୨ ମାସ ବିତି ଯାଇଥିଲେ ବି ଏଟିଓ ଉପରେ କାର୍ଯ୍ୟାନୁଷ୍ଠାନ ନଥିବାରୁ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କଲେ ପରିବାର ବର୍ଗ l

26
ADVERTISEMENT

ବ୍ରହ୍ମପୁର,୧୧।୦୫(ଇ ରଞ୍ଜନ):-ବ୍ରହ୍ମପୁର ଚିକିଟି ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ଭହୀ ଅଧିକାରୀ ବିଦଣ୍ଡପାଣି ପାତ୍ର ଗତ ୧୭ ଫେବୃଆରୀ ୨୦୨୬ରେ ମୂର୍ତ୍ୟବରଣ କରିଥିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ଅଭିଯୋଗ ଅନୁଯାୟୀ, ଚିକିଟିର ଜଣେ ଅତିରିକ୍ତ ତହସିଲଦାର ବିଗତ ଦିନରେ ସୋନପୁର ସୁମୁଦ୍ର ବେଳାଭୂମି ମହୋତ୍ସବ ସ୍ଥଳ ତଥା ଝାଟିପଦର ପଞ୍ଚାୟତ ନିକଟରେ ଏ ଟି ଓ ଶାଶ୍ଵତୀ ଷଡ଼ଙ୍ଗୀ ମହାଦୟା କାର୍ଯ୍ୟରତ ପିଇଓ ସ୍ବର୍ଗତ ଦଣ୍ଡପାଣି ପାତ୍ରଙ୍କୁ କୌଣସି ତ୍ରୁଟିକୁ ନେଇ ଅଶାଳୀନ ଗାଳିଗୁଲଜ କରି ସର୍ବ ସମୁଖରେ ଘୋର ଅପମାନିତ କରି ନିର୍ଯାତନା ସହ ଚାକିରୀରୁ ବହିଷ୍କାର କରିବାକୁ ଧମକ ଦେଇଥିଲେ l ଫଳରେ ସ୍ବର୍ଗତ ପାତ୍ରଙ୍କ ମାନସିକ ଚାପ ବୃଦ୍ଧି ଯୋଗୁଁ ସେ ଚଳିତବର୍ଷ ଫେବୃଆରୀ ୪ତାରିଖ ରେ ବିଷ ପାନ କରି ଆତ୍ମହତ୍ୟା ଭଳି ଚରମ ସୀମାରେ ପହଂଚି ପଦକ୍ଷେପ ନେଇଥିବା ପରେ ଜୀବନ ମରଣ ସହ ଲଢେଇ କରି ଶେଷରେ ୧୭ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲରେ ମୁର୍ତ୍ୟୁବରଣ କରିଥିଲେ lଆଜି ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୃତକଙ୍କ ପତ୍ନୀ ଓ ୩ ଝିଅ ଏବଂ ତାଙ୍କ ଓକିଲ ଦୀପକ ପଟ୍ଟନାୟକ, ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହି ନ୍ୟାୟ ପାଇଁ ଗୁହାରି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଘଟଣାକୁ ମାସ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଠାରୁ ପୁଲିସ ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଠାରୁ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ନ୍ୟାୟ ପାଇଁ ବିକ୍ଷା ମାଗିଲେ ବି କେହି ତାଙ୍କୁ ନ୍ୟାୟ ଦେଇ ପାରୁନଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି |ସେ ପ୍ରଶାସନ ଅଧିକାରୀଣି ଏବଂ ତାଙ୍କ ସ୍ୱାମୀ ଜଣେ ବରିଷ୍ଠ ପୁଲିସ ଅଧିକାରୀ ହୋଇଥିବା ରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରୁନାହିଁ ଏବଂ ତାଙ୍କୁ ଘଣ୍ଟ ଘଡ଼ାଇ ରଖାଯାଇଛି ବୋଲି ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣ ମାଧ୍ୟମକୁ ବିବୃତି ଦେଇ କହିଛନ୍ତି l ଅଭିଯୁକ୍ତ ଅତିରିକ୍ତ ତହସିଲଦାର ଶାଶ୍ଵତୀ ଷଡ଼ଙ୍ଗୀ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କାହିଁକି ବୋଲି ଦାବି ହୋଇଛି ସେ କଣ ଭାରତୀୟ ଆଇନର ଉର୍ଦ୍ଧ କି ବୋଲି ଆଇନଜୀବି ଦୀପକ ପଟ୍ଟନାୟକ କହିଛନ୍ତି । ପରିବାର ପକ୍ଷରୁ ଦାବି କରାଯାଇଛି ଯେ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସେମାନେ ଚେତାବନୀ ଦେଇଛନ୍ତି। ଜଗଦଳପୁର ସରପଞ୍ଚ ଏବଂ ସମିତିସଭ୍ୟ ବି ଏପରି ଘଟଣା କୁ ନିନ୍ଦା କରି ମହିଳାଙ୍କ ଏତଲା କୁ ପ୍ରଶାସନ ପ୍ରାଧ୍ୟାନ ଦେଇ ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ l ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Advertisement