ବାଲେଶ୍ବର,୧୦/୫(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ନୀଳଗିରିରେ ଉପଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍ କରି କିରାଣି ନରୋତ୍ତମ ପଲେଇ ଗିରଫ l ତତ୍କାଳୀନ ଉପଜିଲ୍ଲାପାଳ ଡା. ମଧୁସ୍ମିତା ସାମନ୍ତରାୟଙ୍କ ଦସ୍ତଖତକୁ ଜାଲ୍ କରି ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ କରିବା ଘଟଣାରେ ସ୍ଥାନୀୟ ପୁଲିସ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ନରୋତ୍ତମ ପଲେଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

















