ଢେଙ୍କାନାଳ,୦୯।୦୫(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ନିକଟ ଏକ ମୋବାଇଲ୍ ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ। ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଯୁବକ ଜଣକ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଟିମ୍ ଉପସ୍ଥିତ ରହିଛନ୍ତି। ସେ ୨୦୧୮ରେ ଓଏସଏପି କନେଷ୍ଟବଳ ଥିଲେ। କୌଣସି କାରଣ ପାଇଁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା।
















