ସ୍ଵାମୀର ସାନ ଭାଇର ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ ।

2
ADVERTISEMENT

ବ୍ରହ୍ମପୁର,o୬/୫(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା କେ. ଖରିଡ଼ା ଅଞ୍ଚଳରେ ସ୍ଵାମୀର ସାନ ଭାଇର ଟାଙ୍ଗିଆ ଚୋଟରେ ମହିଳା ପୂଜା ଙ୍କ ମୃତ୍ୟୁ । ତାଙ୍କରି ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ, ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ। ୧୫ ଦିନ ତଳେ ସ୍ଵାମୀ ଚିଣ୍ଟୁ ଗୌଡ଼ ତାଙ୍କୁ ବ୍ରହ୍ମପୁର ଷ୍ଟେସନରେ ଛାଡ଼ି ଚାଲିଯାଇଥିଲେ। ଏନେଇ ହିଞ୍ଜିଳି ଥାନାର ଦ୍ଵାରସ୍ଥ ହୋଇଥିଲେ ପୂଜା। ହେଲେ ନ୍ୟାୟ ନମିଳିବାରୁ ଗତ କାଲି ଠାରୁ ପ୍ରେମିକଙ୍କ ଘର ଆଗରେ ୩ ବର୍ଷର ଝିଅକୁ ଧରି ଧାରଣାରେ ବସିଥିଲେ।

Advertisement