ଅଟୋକୁ ଧକ୍କା ଦେଲା ଆଇଚର ଟ୍ରକ l

2
ADVERTISEMENT

ଭୁବନେଶ୍ୱର,୦୪।୦୫(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ଇନଫୋଭ୍ୟାଲି ଥାନା ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲି ଓଭରବ୍ରିଜ ଉପରେ ଅଟୋକୁ ଧକ୍କା ଦେଲା ଆଇଚର ଟ୍ରକ lଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୮ ଜଣ ଗୁରୁତର ଆହାତ ହୋଇ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର । ଆହତ ମାନେ ହେଲେ ନୟାଗଡ ଅଞ୍ଚଳର ସଞ୍ଜୟ ସାହୁ, ହରିବନ୍ଧୁ ଦାସ, ସ୍ମୁତି ପ୍ରଜ୍ଞାନ ସାହୁ, ଗୋଲାପ ରାଣୀ ଦେଇ,ଆୟୁଷ କୁମାର ଦାସ, ଭୁବନେଶ୍ୱର ଅଞ୍ଚଳର କାହ୍ନୁ ଚରଣ ରାଉତ, କୈବଲ୍ୟ ଚରଣ ରାଉତ ଓ ଲକ୍ଷ୍ମିପ୍ରିୟା ରାଉତ।

Advertisement