ମୟୁରଭଞ୍ଜ,୦୪।୦୫(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସ୍କୁଲର ଶିକ୍ଷକ ଯତୀନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଗିରଫ କରି ପୋକ୍ସୋ କୋର୍ଟ ଚାଲାଣ କରିଛି । ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ମୁତାବକ ଶିକ୍ଷକ ଜଣକ ପୂର୍ବରୁ ପରୀକ୍ଷାରେ ଫେଲ କରାଇ ଦେବାର ଧମକଦେଇ ବାରମ୍ବାର ବ୍ଲାକମେଲ ଉଦ୍ୟମ କରିଥିଲେ ।


















