ବ୍ରହ୍ମପୁର,୦୧/୫(ଡ଼ି.ଏଚ ବ୍ୟୁରୋ):-ଗାନ୍ଧୀ ନଗରର ସାଇ କମ୍ପ୍ଲେକ୍ସସ୍ଥିତ ସୁଭମ ମୋବାଇଲ୍ ଦୋକାନରେ ବେଆଇନ ଅନଲାଇନ୍ ବେଟିଂ ଉପରେ ବ୍ରହ୍ମପୁର ଟାଉନ ଥାନା ଏବଂ ବଡବଜାର ଥାନା ପୁଲିସର ଚଢାଉ। ଚଢାଉବେଳେ ପୁଲିସ ଦୁଇ ଅଭିଯୁକ୍ତ ରୋହିତ ମହାନ୍ତି ଓ ବାଦଲ ଗୌଡ଼ଙ୍କୁ ପୁଲିସ ଗିରଫ କରି ଅନଲାଇନ୍ ବେଟିଂ କାରବାର ପାଇଁ ବ୍ୟବହୃତ ହେଉଥିବା ତିନୋଟି ଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୭ ଲକ୍ଷ ଟଙ୍କା ଫ୍ରିଜ୍ କରିଥିଲା ପୁଲିସ l


















