ଭୁବନେଶ୍ୱର,୨୭।୦୪(ଡ଼ି.ଏଚ ବ୍ୟୁରୋ):- ବିଦେଶରେ ଏକାଧିକ ସ୍ଥାନରେ ଇସ୍କନର ଅଦିନିଆ ରଥଯାତ୍ରା। ଗଜପତି ମହାରାଜଙ୍କ ବାରମ୍ବାର ଚିଠି ପରେ ବି ଖାତିର୍ କରୁନିଇସ୍କନ। ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରି ଶୋଭାଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ଏକ କଳାକୃତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି।



















