ଭାରସାମ୍ୟ ହରାଇ ରାସ୍ତାକଡ ଡିଭାଇଡରକୁ ପିଟିହେଲା ଆମ୍ବୁଲାନ୍ସ ।

2
ADVERTISEMENT

ବାଲେଶ୍ଵର,୨୬/୦୪(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଥାନା ସମ୍ମୁଖରେ ଭାରସାମ୍ୟ ହରାଇ ରାସ୍ତା କଡ ଡିଭାଇଡରକୁ ପିଟିହେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗିରୁଜ୍ଜି ଯାଇଥିବାବେଳେ ରୋଗୀ ଏବଂ ତାଙ୍କ ପରିବାର ଅଳ୍ପକେ ବର୍ତି ଯାଇଛନ୍ତି । ଏବଂ ଉକ୍ତ ଆମ୍ବୁଲାନ୍ସ ଟି ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରୁ ରୋଗୀ ନେଇ ଯାଉଥିଲା l ଖବର ପାଇ ସିମୁଳିଆ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ରୋଗୀ ଓ ପରିବାର ବର୍ଗଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡିରେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡିଛି।

Advertisement