କୁକୁଡାଖଣ୍ଡି ,୨୫।୦୪ (ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ପରିସରରେ ଆଜି , ଜାତୀୟ ପଞ୍ଚାୟତରାଜ ଦିବସ ପାଳନ ଶୁକ୍ରବାର ଅପରାହ୍ନ ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପଲ୍ଲବୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ,ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର, ସାଂସଦଙ୍କ କୁକୁଡାଖଣ୍ଡି ପ୍ରତିନିଧି ସନ୍ତୋଷ ଚୌଧୁରୀ,ସରପଞ୍ଚ,ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ ଏଥିରେ ବ୍ଲକ ଉପାଧକ୍ଷା ଶ୍ରୀମତୀ ପାତ୍ର ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।୨୦୨୫-୨୬ ବର୍ଷ ପାଇଁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜଗଦଳପୁର, ଲାଞ୍ଜିଆ, ଦକ୍ଷିଣପୁର,ବୋରିଗାଁ, ରୋହିଗାଁ, ବାଘଲଟି, ଅନନ୍ତlଇ, ଭଳି ବିଭିନ୍ନ ଗ୍ରାମ ପଞ୍ଚାୟତକୁ ସରପଞ୍ଚ” ମାନଙ୍କୁ ଭାବେ ପୁରସ୍କୃତ କରାଯାଇଥିଲା। ସ୍ୱଚ୍ଛ ଭାରତ ମିଶନ, ଆବାସ ଯୋଜନାରେ ଭଲ କାମ ପାଇଁ ପଞ୍ଚାୟତକୁ ମଧ୍ୟ ପ୍ରମାଣପତ୍ର ଦିଆଯାଇଥିଲା।ପଞ୍ଚାୟତ ସ୍ତରରେ ଇ-ଗଭର୍ଣାନ୍ସ, ଅନଲାଇନ୍ ପେମେଣ୍ଟ,ଆବାସ ଯୋଜନା,ସାମାଜିକ ସୁରକ୍ଷା, ପଶୁ ପାଳନ, ଭଳି ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା।ଉପସ୍ଥିତ ସମସ୍ତ ଜନପ୍ରତିନିଧି ଗ୍ରାମର ସର୍ବାଙ୍ଗୀନ ବିକାଶ ଓ ଦୁର୍ନୀତିମୁକ୍ତ ପଞ୍ଚାୟତ ଗଠନ ପାଇଁ ଶପଥ ନେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ,୧୯୯୩ “ମସିହା ୨୪ ଅପ୍ରେଲ୍ ରେ ପଞ୍ଚାୟତରାଜ ବ୍ୟବସ୍ଥା ଲାଗୁ ହୋଇଥିଲା। ଗ୍ରାମ ସ୍ୱରାଜ ହିଁ ପ୍ରକୃତ ସ୍ୱରାଜ। ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ଯୋଗାଇଦେବା ହିଁ ଏହାର ମୂଳ ଲକ୍ଷ୍ୟ।”କାର୍ଯ୍ୟକ୍ରମ ଶେଷରେ ସ୍କୁଲ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଅତିରିକ୍ତ ବିଡିଓ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


















