ଭୁବନେଶ୍ୱର,୨୪।୦୪ (ଡ଼ି.ଏଚ ବ୍ୟୁରୋ):-ଡହ ଡହ ଖରାରେ ଶିଝୁଛି ସାରା ଓଡ଼ିଶା। ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରାଯାଇଥିବାବେଳେ କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବl ସହ ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।ସେପଟେ ଆସନ୍ତା ୨୬ ତାରିଖ ଯାଏ ଉଭୟ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ୩୦ରୁ ଅଧିକ ସ୍ଥାନରେ ୪୦ ଡ଼ିଗ୍ରୀ ଉପାରେ ତାପମାତ୍ରା ରେକର୍ଡ଼ ହୋଇଛି।

















