ବ୍ରହ୍ମପୁର,୨୪।୦୪ (ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁର ଥାନା ସତ୍ୟନାରାୟଣପୁରର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ବ୍ରହ୍ମପୁର ପୋଲିସ । ସୁଧୀରଙ୍କ ନିଜ ପୁତୁରା ଓ ଝିଆରୀ ସମ୍ପତ୍ତି ପାଇଁ ଦାଦାଙ୍କୁ ଅପହରଣ ପରେ ହତ୍ୟା କରିଥିବାବେଳେ ପୋଲିସ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର କୁମାର ପାତ୍ର ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏବଂ ସେମାନଙ୍କ ଠାରୁ ୧୪ଟି ମୋବାଇଲ, ୭.୬୫ ଏମଏମର ଗୋଟିଏ ପିସ୍ତଲ, ବୋଲେରୋ ସହ ଆଉ ଏକ କାର୍ ମଧ୍ୟ ଜବତ କରିଛି ।


















