ଝାରସୁଗୁଡା ,୨୩।୦୪ (ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ଅନିତ କୁମାର ଗୁରୁ l ସେ ଜଣେ ନର୍ସିଂ ସ୍କୁଲ ଶିକ୍ଷକଙ୍କ ଠାରୁ ୨୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ଏବଂ ତାଙ୍କ ନିକଟରୁ ସମସ୍ତ ଚିହ୍ନିତ ଲାଞ୍ଚ ଟଙ୍କା ଜବତ କରାଯାଇଛି l ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି l



















