ବ୍ରହ୍ମପୁର,୨୩।୦୪ (ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁର ଥାନା ଅଂଚଳର ପ୍ଲଟ ବ୍ୟବସାୟୀ ସୁଧୀରକୁମାର ପାତ୍ରଙ୍କୁ ଅପହରଣ ପରେ ହତ୍ୟା । ସେ ଗତ ୧୫ ତାରିଖ ସନ୍ଧ୍ୟାରୁ ଅପହୃତ ହୋଇଥିବା ନେଇ ପରିବାର ଲୋକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ସୋରଡା ଥାନା ଅନ୍ତର୍ଗତ ବାଲାପଙ୍କା ଗ୍ରାମ ରସିପଙ୍କାଳ ପୋଲ ତଳୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି l ଏବଂ ପୁଲିସ ହିଞ୍ଜିଳିକାଟୁ, ବୁଗୁଡା ଆଦି ଅଞ୍ଚଳରୁ ୧୦ ରୁ ୧୨ ଜଣଙ୍କୁ କାବୁ କରି ବିଭିନ୍ନ ଥାନାରେ ଅଟକ ରଖି ଜେରା କରୁଛି l


















