ବାରିପଦା,୨୧।୦୪(ଡ଼ି.ଏଚ ବ୍ୟୁରୋ):-ଜନଗଣନା କରିବାକୁ ଯାଇ ଆଉ ଫେରିଲେନି ମୟୁରଭଞ୍ଜ ଜିଲ୍ଲା ବାରିପଦା ନିକଟସ୍ଥ ଢେଙ୍କିନେଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ । ଦୀର୍ଘ ସମୟ ଧରି ନଫେରିବା ସହ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିବାରୁ ବିଦ୍ୟାଳୟର ଅନ୍ୟ ଜଣେ ସହକାରୀ ଶିକ୍ଷୟିତ୍ରୀ ପୋଲିସକୁ ଖବର ଦେଇଥିଲେ। ଏବଂ ଶିକ୍ଷକ କୋ-ଅର୍ଡିନେସନ୍ କମିଟି ପକ୍ଷରୁ ବାରିପଦା ସଦର ଥାନାରେ ଏତଲା ଦିଆଯାଇଛି ।

















