ଆହୁରି ୫ ଦିନ ପ୍ରବଳ ତାତିସହ ୪୫ ଡିଗ୍ରୀ ଛୁଇଁପାରେ ପଶ୍ଚିମ ଓଡ଼ିଶା ,ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାତି କମ୍ ରହିବ।

1
ADVERTISEMENT

ଭୁବନେଶ୍ୱର,୨୧।୦୪(ଡ଼ି.ଏଚ ବ୍ୟୁରୋ):-ଆହୁରି ୫ ଦିନ ପ୍ରବଳ ତାତିସହ ୪୫ ଡିଗ୍ରୀ ଛୁଇଁପାରେ ପଶ୍ଚିମ ଓଡ଼ିଶା । ଆଜି ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ଆକଳନ କରିଥିବାବେଳେ ଅନ୍ୟ ସ୍ଥାନରେ ତାତି ୪୨ଡିଗ୍ରୀ ପାଖାପାଖି ରହିବ । ଆସନ୍ତା ୨୪ ତାରିଖ ଯାଏ ଏଭଳି ସ୍ଥିତି ରହିବ । ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ସେହିଭଳି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାତି କମ୍ ରହିବ। ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ । ଏହି ସବୁ ଜିଲ୍ଲାରେ ତାପମାତ୍ରା ୩୬ ଡିଗ୍ରୀରୁ ୩୯ ଡିଗ୍ରୀ ଭିତରେ ରହିଲେ ମଧ୍ୟ କାଳବୈଶାଖୀ ଯୋଗୁ ବର୍ଷା ହୋଇପାରେ ବୋଲି ଆକଳନ କରିଛ ପାଣିପାଗ ବିଭାଗ ।

Advertisement