ବ୍ରହ୍ମପୁର,୧୭।୦୪(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଧୀରଙ୍କ ବାଇକ୍କୁ ଉଦ୍ଧାର କରି ଥିବାବେଳେ ସେ ବାଲୁଗାଁ ସହ ଧରାକୋଟ ଅଞ୍ଚଳରେ ପ୍ଲଟ ବ୍ୟବସାୟ କରୁଥିଲେ। ଏବଂ ତାଙ୍କୁ ଅପହରଣ ପଛରେ ବଡ଼ ଧରଣର ଜମି ଓ ଟଙ୍କା କାରବାର ଥିବା ସନ୍ଦେହ କରାଯାଉଛି।



















