କୁକୁଡାଖଣ୍ଡି,୧୫।୦୪ (ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦ୍ଵୀତୀୟ ପର୍ଯ୍ୟାୟରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରପଞ୍ଚ ବାପେୟା ପାତ୍ର ସହଯୋଗ କ୍ରମେ ଅନୁଷ୍ଠିତ ହୋଇଯାଇଛି l ଏଥିରେ, କୁକୁଡାଖଣ୍ଡି ବିଡ଼ିଓ ଡ଼.ପଲ୍ଲବୀ ସ୍ୱାଇଁ, ବ୍ଳକ୍ ସହକାରୀ ଯନ୍ତ୍ରୀ ଅନୁରାଗ ରଥ, ଜିପିଓ ଅଶୋକ କୁମାର ପଟ୍ଟନାୟକ,ପିଇଓ ବିଦ୍ୟୁତ କୁମାର ତହଲ,ଆର୍ ଡବ୍ଲ୍ୟୁ ଏସ୍ ଏସ୍ ଯନ୍ତ୍ରୀ ମନସ୍ପିନୀ ମହାପାତ୍ର,,ସମିତିସଭ୍ୟା ବବିତା ବରଡ଼ ଓ ସମସ୍ତ ଅଙ୍ଗନବାଡ଼ି କର୍ମୀ ଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ସମସ୍ୟା ଥିଲା ରାସ୍ତାର ଉନ୍ନତିକରଣ, ପ୍ରାଥମିକ ଶିକ୍ଷାର ବିକାଶ, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ରାସନ କାର୍ଡର ସଂଶୋଧନ, ଆବାସ ଯୋଜନା ନୂତନ ତାଲିକା ପ୍ରସ୍ତୁତ, ପାନୀୟ ଜଳ ଘରେ ଘରେ ଯୋଗାଣ ଭଳି ବିଭିନ୍ନ ସମସ୍ୟା ଉପରେ ଲୋକମାନଙ୍କ ସହ ଆଲୋଚନା ହୋଇଥିଲା । ଶିବିରରେ ମୋଟ ବ୍ୟକ୍ତିଗତ ଭାବେ ଶତାଧିକ ଅଭିଯୋଗ ଶୁଣାଣୀ ହୋଇଛି । ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।



















