ଯାଜପୁର,୧୩।୦୪(ଡ଼ି.ଏଚ ବ୍ୟୁରୋ):- ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ନୂଆପଦା ନିକଟରେ ଟ୍ରକକୁ ପିଟିଲା ଘରୋଇ ସ୍କୁଲ ବସ୍ । ଯେଉଁଥିରେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟି ଥିବାବେଳେ ବସ୍ ରେ ଥିବା ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଘରୋଇ ସ୍କୁଲ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଜପୁର ରୋଡ ସନ୍ତରାରେ ଥିବା ହଷ୍ଟେଲକୁ ଯାଉଥିଲା ।














