ଭୁବନେଶ୍ୱର ,୧୧।୦୪(ଡ଼ି.ଏଚ ବ୍ୟୁରୋ):-ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ l ରାଜ୍ୟରେ ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବହୁ ପ୍ରତିକ୍ଷିତ ସଂରକ୍ଷଣ ମାର୍ଗଦର୍ଶିକା ଜାରି କରାଯିବା ସହ ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

















