ଭୁବନେଶ୍ୱର,୦୬।୪(ଡ଼ି.ଏଚ ବ୍ୟୁରୋ):-ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଏବେ ମାସକୁ ମୁଣ୍ଡ ପିଛା ୫କେଜି ବଦଳରେ ମିଳିବ ୧୦ କେଜି ଚାଉଳ। ମୋଦି ସରକାର ଦେବେ ୫କେଜି ଓ ମୋହନ ସରକାର ଦେବେ ୫କେଜି ଚାଉଳ। ପ୍ରାୟ ୩ କୋଟି ୨୨ଲକ୍ଷ ହିତାଧିକାରୀଙ୍କୁ ମିଳିବ ଏହି ମାଗଣା ଚାଉଳ । ଏଥିପାଇଁ ମାସକୁ ୭୩୪ କୋଟି ବ୍ୟୟ ବରାଦ ହୋଇ ଥିବାବେଳେ ବର୍ଷକୁ ଅତିରିକ୍ତ ୮ ହଜାର ୮୧୩ କୋଟି ଟଙ୍କା ଆର୍ଥିକ ବୋଝ ସରକାରଙ୍କ ଉପରେ ପଡ଼ିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିବା ସୂଚନା ।


















