ରାଜ୍ୟରେ ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ।

12
ADVERTISEMENT

ଭୁବନେଶ୍ୱର,୪।୪(ଡ଼ି.ଏଚ ବ୍ୟୁରୋ):- ରାଜ୍ୟରେ ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା ‘ହିଟ୍ ୱେଭ୍’ ପ୍ରକୋପ । ଝାରସୁଗୁଡ଼ାରେ ପାରଦ ୪୧.୬ ଡିଗ୍ରୀ ସେଲସିୟସ୍ ଥିବାବେଳେ ଅନୁଗୁଳ ୪୦.୭, ଭଦ୍ରକ ଓ ଟିଟିଲାଗଡ଼ ୪୦.୫, ହୀରାକୁଦ ୪୦.୪, ବଲାଙ୍ଗୀର ୪୦.୩, ସମ୍ବଲପୁର ୪୦, ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ତାପମାତ୍ରା ଥିଲା । ସେହିଭଳି ରାଉରକେଲା ଓ ସୁନ୍ଦରଗଡ଼ ୩୯.୫, ଏବଂ ବାରିପଦାରେ ୩୯ ଡିଗ୍ରୀ ଛୁଇଁଥିଲା ।

Advertisement