Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ହେଲେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ।

ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ହେଲେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ।

30
ADVERTISEMENT


ବ୍ରହ୍ମପୁର,୨୩।୩(ଡ଼ି.ଏଚ ବ୍ୟୁରୋ):-ଭାରତୀୟ ଜନତା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲ୍ଲା ସଭାପତି ସରୋଜ ସାବତଙ୍କ ମନୋନୀତରେ ଆଜି ଗଂଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ଶ୍ରୀ ସୁର୍ଯ୍ୟ ନାରାୟଣଙ୍କ ନାମ ଘୋଷଣା କରାଯାଇଛି । ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ଏହା ପୂର୍ବରୁ ବିଜେପି ଜିଲ୍ଲା ସାଧାରଣ ସଂପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ । ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ ଜିଲ୍ଲା ସଭାପତି କୃଷକ କାର୍ଯ୍ୟ ତୁଲାଇ ଆସିଛନ୍ତି । ଶ୍ରୀ ଦାସ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗଦଳର ରାଜ୍ୟ ଓ ଜିଲ୍ଲାର ପ୍ରଥମ ଦ୍ୱାୟୀତ୍ୱ ତୁଲାଇ ଗଜପତି ଜିଲ୍ଲାର ପ୍ରଚାରକ ଭାବେ କାର୍ଯ୍ୟକରି ଆସିଛନ୍ତି । ଅଯୋଧ୍ୟା ରାମଲାଲା ମନ୍ଦିର ଆନ୍ଦୋଳନରେ କରସେବା ଭାବେ ବାବରି ମସଜିଦ୍ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ଏପରି ଦକ୍ଷ ଦୃଢ କାର୍ଯ୍ୟକର୍ତ୍ତାଙ୍କୁ ପୁଣି ଜିଲ୍ଲା କୃଷକ ମୋର୍ଚ୍ଚାର ଦାୟୀତ୍ୱ ଦେଇଥିବା ହେତୁ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମନମୋହନ ମାଝୀ,ଜିଲ୍ଲା ସଭାପତି ସରୋଜ ସାବତ,ସ୍ଥାନୀୟ ବିଧାୟକ କେ.ଅନିଲ୍ କୁମାର,ସାଂସଦ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଅନ୍ତରରୁ ଧନ୍ୟବାଦ ପ୍ରଦାନ କରିଥିଲେ । ବରିଷ୍ଠ କାର୍ଯ୍ୟକର୍ତ୍ତମାନେ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସମ୍ବୋଧନା କରିଥିଲେ । ଏମାନଙ୍କ ମଧ୍ୟରେ ଅଜିତ୍ ପ୍ରଧାନ,ପ୍ରଫୁଲ୍ଲ ସାହୁ,ବିଶ୍ୱଦେବ ମହାରଣା,ବଦ୍ରି ସାବତ,ଗଜେନ୍ଦ୍ ଚୌଧୁରୀ,ଅମୂଲ୍ୟ ଚøଧୁରୀ, ଶ୍ରୀନୁ ରାଓ, ରବି କିରଣ, ଅଶ୍ୱିନୀ ରଥ,ପଦ୍ମ ଚରଣ ନାୟକ, ଗୌରି ଶଙ୍କର ମହାନ୍ତି,ବିଜୟ ମୁଦୁଲି, ପଦ୍ମ ପରିଡା,ସନ୍ତୋଷ କୁମାର ଗୌଡ, ସୁକାନ୍ତ ଦଳେଇ,ଗୋବିନ୍ଦ ବିଷୋୟୀ,ତ୍ରିନାଥ ମହାରଣା,ମୁନା ମହାରଣା ଓ ସନ୍ତୋଷ ଗøଡ ସମ୍ବୋଧନା କରିଥିଲେ ।

Advertisement