ରେଳ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ବଲିଉଡ଼ରେ ସୁଯୋଗ

268
ADVERTISEMENT

ଭୁବନେଶ୍ବର,୨୫/୮ (କୁନା ପ୍ରଧାନ) : ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ବଲିଉଡ଼ରେ ସୁଯୋଗ ମିଳିଛି ।ସେ ମହିଳା ଜଣକ ନାମ ହଉଛି ରାନୁ ମଣ୍ଡଳ, ବର୍ତ୍ତମାନ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡ଼ିଓରେ ରାନୁ ନିଜ ସ୍ୱରରେ ନୂଆ ଗୀତ ଗାଉଥିବା ନଜର ଆସିଛନ୍ତି । କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଜଣେ ମହିଳା ରେଳୱେ ଷ୍ଟେସନ ପ୍ଳାଟଫର୍ମରେ ଗୀତ ଗାଉଥିବା ଭିଡ଼ିଓ ତ ଆପଣ ନିଶ୍ଚିତ ଦେଖିଥିବେ । ମହିଳା ଜଣକ ରେଳୱେ ପ୍ଲାଟଫର୍ମରେ ଲତା ମଙ୍ଗେସ୍କରଙ୍କ ଗୀତ “ଏକ ପ୍ୟାର କା ନଗମା” ଗୀତ ଗାଇ ଭିକ ମାଗୁଥିଲେ । ସେତେବେଳେ କୈାଣସି ଜଣେ ଯୁବକ ମହିଳାଙ୍କ ଗୀତ ଗାଇବା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ମହିଳାଙ୍କ ଭାଗ୍ୟ ହିଁ ବଦଳି ଯାଇଛି । ପ୍ରଥମେ ତାଙ୍କୁ ମେକଅପ ଦେବା ପରେ ଷ୍ଟଡିଓରେ ଗୀତ ଗାଇଲେ ଏବେ ତାଙ୍କୁ ବଲିଉଡ଼ରେ ମଧ୍ୟ ଅଫର ମିଳିଛି । ମହିଳା ଜଣକ ହେଲେ ରାନୁ ମଣ୍ଡଳ । ବର୍ତ୍ତମାନ ତାଙ୍କର ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହା ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି ।

Advertisement