ମୟୁରଭଞ୍ଜ,୨୧।୦୩ (ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗଡ଼ଦେଉଳିଆ ଛକରେ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତଏବଂ ଓ୍ୱାର୍ଡେନ ସନ୍ୟାସୀ ଦାସଙ୍କୁ ବିଚ୍ ରାସ୍ତାରେ ହାଣିଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପ୍ରଧାନ ଶିକ୍ଷୟତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ଓ୍ୱାର୍ଡେନ ସନ୍ୟାସୀଙ୍କୁ ମୃତ ଘୋଷଣା କରିଥିଲେl ବର୍ତ୍ତମାନ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।
















