ADVERTISEMENT
Home ଆଞ୍ଚଳିକ ମଦଭାଟି ଉଛେଦ ନେଇ ସଦରଥାନା ଜିଲ୍ଲାପାଳ କାର୍ଯ୍ୟାଳୟରେ ଗ୍ରାମବାସି l

ମଦଭାଟି ଉଛେଦ ନେଇ ସଦରଥାନା ଜିଲ୍ଲାପାଳ କାର୍ଯ୍ୟାଳୟରେ ଗ୍ରାମବାସି l

26
ADVERTISEMENT

କୁକୁଡାଖଣ୍ଡି,୨୦/୩(ଇ ରଞ୍ଜନ):-କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମ ନିକଟରେ ଥିବା ଦେଶୀ ମଦ ଭାଟି କୁ ଉଛେଦ କରିବା କୁ ନେଇ ବ୍ରହ୍ମପୁର ସଦରଥାନା ଏବଂ ଜିଲ୍ଲାପାଳ ଙ୍କୁ ଅବଗତ କରିଛନ୍ତି l ଗ୍ରାମବାସି ଗୁରୁବାର ସଦରଥାନା କୁ ଡେଙ୍ଗାପଦର ଗ୍ରାମବାସି ୩ ଟି ଚାରି ଛକିଆ ଗାଡି ସହାୟତାରେ ଶତାଧିକ ମହିଳା ଏବଂ ପୁରୁଷ ଥାନା ରେ ପହଂଚି ଥାନା ଅଧିକାରୀଙ୍କୁ ମଦ ଭାଟି ଉଛେଦ ସମ୍ପର୍କ ରେ ଅବଗତ କରିଥିଲେ l ଗ୍ରାମରେ ମଦ କାରବାର ସମ୍ପୂର୍ଣ ବନ୍ଦ କରିବା କୁ ଗ୍ରାମବାସି ଓଡି ବସିଥିଲେ l

ବୁଧବାର ରାତ୍ର ରେ ବିଭିନ୍ନ ବିଦେଶୀ ମଦ ଏକ ପିକଅପ ଭେନ ରେ ଗ୍ରାମମଧ୍ୟରେ ପହଂଚିଥିଲା ଡ୍ରାଇଭର ଜଣକ ଗ୍ରାମର କୌଣସି ବ୍ୟକ୍ତିଙ୍କୁ ଦୃଘଟଣା କରି ଆହତ କରିବା ରୁ ଗ୍ରାମବାସି ଏକତ୍ରିତ ହୋଇ ମଦ ସମ୍ପୂର୍ଣ ବନ୍ଦ ସହ ବେଆଇନ ମଦ କୁ ଜବତ କରିବା କୁ ଓଡି ବସିଥିଲେ l ସଦର ପୁଲିସ ଘଟଣାସ୍ଥଳରେ ପହଂଚି ମଦ ଜବତ କରିବାରେ ସହାୟକ ହୋଇଥିଲେ l ଗ୍ରାମବାସିଙ୍କ ମତ ଅନୁଯାଇ ଗ୍ରାମରେ ମଦ କାରବାର ବ୍ୟାପକ ହୋଇଥିବା ଯୋଗୁଁ ରାସ୍ତା ରେ ମହିଳା ମାନେ ଅସୁରକ୍ଷିତ ମଣୁଛନ୍ତି l ଏହା ଦୀର୍ଘ ବର୍ଷ ଧରି ପେଟି ପେଟି ବିଦେଶୀ ମଦ ବେଆଇନ ରେ ବିକ୍ରି ହେଉଥିବା ସ୍ୱତେ ବି ପୁଲିସ କିମ୍ବା ଅବକାରୀ ପୁଲିସ ଧରିବା ରେ ବିଫଳ ହୋଇଥିବା ରୁ ମଦ୍ୟପ ଏବଂ ବିକ୍ରେତା ଙ୍କ ଦୌରାଆତ୍ମ୍ୟ ବୃଦ୍ଧି ପାଉଛି ତେଣୁ ମଦ କାରବାର ସମ୍ପୂର୍ଣ ବନ୍ଦ କରିବା ସହ ସରକାରୀ ଲାଇସେନ୍ସ ପ୍ରାପ୍ତ ଭାଟି କୁ ଉଛେଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କିରିବା କୁ ଗ୍ରାମବାସି ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଙ୍କୁ ଦାବି ପ୍ରଧାନ କରିଥିଲେ l ଥାନା ଅଧିକାରୀ ଶ୍ରୀ ବେହେରା ବେଆଇନ ମଦ ସମ୍ପୂର୍ଣ ବନ୍ଦ କରିବା କୁ ପ୍ରତିଶୃତି ଦେଇଥିଲେ l ସରକାରୀ ଦୋକାନ ଭାଟି କୁ ସରକାରଙ୍କ ଅନୁମତି ପରେ କାର୍ଯ୍ୟକ୍ଷମ କରିବେ ବୋଲି କହିଛନ୍ତି l ନିକଟରେ ବ୍ଲକ ଉପାଧକ୍ଷା ବିଷ୍ଣୁ ପ୍ରିୟା ପାତ୍ର ଏବଂ ସମାଜ ସେବୀ ଉଦୟ ବେହେରା ଲୋକଙ୍କୁ ବୁଝା ସୁଜା କରିଥିଲେ ପରେ ଲୋକେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ l

Advertisement