ବ୍ରହ୍ମପୁର ଜିଆରପି ପୋଲିସ ୩ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିବା ସହସୁନା ଅଳଙ୍କାର ଜବତ କରିଛି ।

9
ADVERTISEMENT

ବ୍ରହ୍ମପୁର,୨୦/୩(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ରେଳ ଷ୍ଟେସନ ଅଞ୍ଚଳରେ ନକଲି ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟକରିବା ଘଟଣାର ପର୍ଦାଫାସ ହୋଇଛି l ବ୍ରହ୍ମପୁର ଜିଆରପି ପୋଲିସ ୩ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫକରିବା ସହ ସେମାନଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ବାଲୋତ୍ରାର ନରେନ୍ଦ୍ର କୁମାର ଓରଫ ପ୍ରଜାପତି (୨୪), ପୁନମ ଚାନ୍ଦ (୫୫) ଓ ପାଲି ଅଞ୍ଚଳର ଜିତୁ ଚୌଧୁରୀ(୨୮) ।

Advertisement