ଭୁବନେଶ୍ବର/ ପୁରୀ,୧୫।୦୩(ଲିପିକା ରାଣୀ ରାଉତ):-:ସକାଳୁ ସକାଳୁ ଉଠନ୍ତୁ. ଜୟ ଜଗନ୍ନାଥ ଜପନ୍ତୁ ପ୍ରାରମ୍ଭ ରେ ଉତ୍କଳ ଓଡିଶା ର ସମ୍ରାଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ଚରଣ ରେ କୋଟି କୋଟି ପ୍ରଣାମ ଜଣାଇ ଓଡିଶା ତଥଥା ବିଶ୍ୱରେ ଶ୍ରୀଜଗନ୍ନାଥଙ୍କ ଚେତନା ସମସ୍ତଙ୍କ ଭିତରେ ଜାଗ୍ରତ କରିବା ପାଇଁ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପରି ଏକ କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାପତି ଡ଼ ନାରାୟଣ ମହାପାତ୍ର ସମ୍ପାଦକ ଉମାନାଥ ମିଶ୍ର, ଭକ୍ତ ସମାଜ ର ଶଶିକାନ୍ତ ରଥ ଙ୍କ ସଂଯୋଜନା ରେ ଶ୍ରୀ ଜଗନ୍ନାଥ ବେଦ କର୍ମ କାଣ୍ଡ ମହାବିଦ୍ୟାଳୟ ଶ୍ରୀକ୍ଷେତ୍ର ପୁରୀ ରେ 14.3.26 ରେ ଅନୁଷ୍ଠିତ ହୋଈଯାଇଛି ,ଆଜିର ସଭା ରେ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧାବଲ୍ଲଭ ମଠ ପୁରୀ , ଶ୍ରୀ ବିଶ୍ୱନାଥ ସାମନ୍ତରାୟ,ସଭାପତି ବଡୁ ସୁଆର ନିଯୋଗ, ଶ୍ରୀ ଦୁର୍ଗା ପ୍ରସାଦ ଦାସ ମହାପାତ୍ର,ଦଇତାପତି ନିଯୋଗ ଶ୍ରୀ ରାମନାରାୟଣ ପୂଜାପଣ୍ଡା ଶ୍ରୀ ମନ୍ଦିର ପୁରୀ,ଜମେଶ୍ୱର ଖୁଣ୍ଟିଆ ପାଳିଆ ସେବକ ଶ୍ରୀ ବିଜୟ କୁମାର ଦାଶ ରାଜ୍ୟ ସରକାର ଙ୍କ ପ୍ରଶାସନିକ ଅଧିକାରୀ, ଶ୍ରମତି ଅଳକା ଦାଶ ଶ୍ରୀ ଶରତ ମହାନ୍ତି ଚୂନରା ସେବକ ଡ଼ ବନୋଜ ରାୟ ହରପ୍ରିୟା ଦାଶ ଅଧ୍ୟକ୍ଷା ବେଦ କର୍ମକାଣ୍ଡ ମହା ବିଦ୍ୟାଳୟ ସୁଶୀଲ ପଟ୍ଟନାୟକ ଶ୍ରୀ ଶତ୍ରୁଘ୍ନ ପାଣିଗ୍ରାହୀ କୁଳପତି ଓଡ଼ିଆ ବିଶ୍ଵବିଦ୍ୟାଳୟ ରବିନାରାୟଣ ମହାପାତ୍ର ବିଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ,ଏଠି ଆମେ କିଛି ପୁରୁଣା ବିଷୟରେ ଆପଣଙ୍କ ଅବଗତି ନିମନ୍ତେ ଜଣାଉଛୁ,ଉତ୍କଳର ମଣି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉକ୍ତି ଥିଲା..ଉତ୍କଳେ ନେତାର ନାହିଁ ପ୍ରୟୋଜନ.. ଉତ୍କଳ ର ନେତା ସ୍ଵଂୟ ନାରାୟଣ.. ଭାରତ ର ସବୁ ବୃକ୍ଷ୍ୟ କଳ୍ପବଟ.. ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ.. ଭାରତ ସଲିଲେ ଉତ୍କଳ କମଳ.. ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ ଏବଂ ଆଉ ଜଣେ ଉତ୍କଳ ର ଗଜପତି ଶ୍ରୀ କପିଳେନ୍ଦ୍ର ଦେବ 1445 ରେ ଶାସନ ଭାର ଗ୍ରହଣ ବେଳେ କହିଥିଲେ ମହାପ୍ରଭୁ ତୁମେ ସମ୍ରାଟ.. ମୁଁ ତୁମ ରାଉତ.. ସାଧାରଣ ଲୋକ ଙ୍କ ଠାରୁ ଗଜପତି ଙ୍କ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ ଅନନ୍ୟ ଥିଲା ,ଆଜି ଅନୁଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ଓଡ଼ିଆ, ହିନ୍ଦୀ, ଓ ଭକ୍ତ ଭଗବାନ ପୁସ୍ତକ ର ଲୋକାର୍ପଣ କରାଯାଇଛି,ଆସନ୍ତା ଦିନରେ ହିମାଞ୍ଚଳ ପ୍ରଦେଶ ର ପରାଗପୁର ଠାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ରୁ ଭାରତବର୍ଷ ରେ ପ୍ରଚାର ଓ ପ୍ରସାର ପାଇଁ ହିନ୍ଦୀ ପୁସ୍ତକ ପ୍ରସ୍ତୁତ ହୋଈ ଶ୍ରୀଜଗନ୍ନାଥ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ, ପର୍ଯାୟ କ୍ରମେ ଆମେ ଭାରତ ର ବିଭିନ୍ନ ସ୍ଥାନ ରେ କରିବାକୁ ପ୍ରୟାସ କରିବୁ ପ୍ରଥମ ଥର ପାଇଁ ଏହି ପରି ପୁସ୍ତକ ସାଧାରଣ ଲୋକ ଙ୍କ ଅବଗତ ପାଇଁ କରାଯାଇଛି, ଅନୁଷ୍ଠାନ ପକ୍ଷରୁ ସୁରେଶ ମିଶ୍ର ତ୍ରିଲୋଚନ ନାୟକ ବିଜୟ ପଣ୍ଡା ପ୍ରଫୁଲ ଦାସ ଭଗବାନ ଦାଶ ଅନାମିକା ସ୍ୱାଇଁ ପଟ୍ଟନାୟକ ଅଜୟ ଦାସ ଅକ୍ଷୟ ସାହୁ ଶରତ ମହାପାତ୍ର ତନ୍ମୟ ଜେନା ଅଶୋକ ବଳ ବଂଶୀଧର ନାୟକ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ, କୁନି କଳାକାର ଅନନ୍ୟା ସାମନ୍ତରାୟ ଓ ଭୁବନେଶ୍ୱର ଲେଡ଼ିଜ ଫୋରମ ସଦସ୍ୟା ମାନଙ୍କ ଦ୍ୱାରା ସୁନ୍ଦର ଭଜନ ନୃତ୍ୟ ପରିବେଷଣ କରାଯାଇ ଥିଲା ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ମନ୍ଦିର ର ଆତ୍ମ କଥା, ଶିଳାଲେଖା ଓ ଅଭିଲେଖା ରେ ଶ୍ରୀ ଜଗନ୍ନାଥ, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ, ଶ୍ରୀ ଜଗନ୍ନାଥ ଓ ଭକ୍ତ ରାଜା ଇନ୍ଦ୍ରଦୁମ୍ନ, ଶରଧା ବାଲି ଗୁଣ୍ଡିଚା,ରୋଷଘର ଅଭଡ଼ା ମହାପ୍ରସାଦ ଓ ଛପନ ଭୋଗ, ଶ୍ରୀମନ୍ଦିର ରେ ପର୍ବପର୍ବାଣି, ସ୍ନାନ ପୁର୍ଣିମା, ବେଢା ଦେବା ଦେବି, ଶ୍ରୀ ଜଗନ୍ନାଥ ଙ୍କ ଦୈନଦିନ ନୀତି ଉପାସନା,ଶ୍ରୀଜଗନ୍ନାଥ ବିଷୟରେ ଜାଣିବା ପାଇଁ ପ୍ରସ୍ତୁତ କରା ଯାଇଛି ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା AI ରେ ଭିଡ଼ିଓ ଫିଲ୍ମ କରାଜାଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ରେ ଛଡ଼ା ସାରିଛି,ଆପଣ ମାନେ ଏହି ମହାପ୍ରଭୁ ଙ୍କ ଇଚ୍ଛାପୁର୍ଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆମକୁ ଉସ୍ଥାହିତ କରିଛନ୍ତି,ଏହା ସହିତ ଜଗନ୍ନାଥ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା ପ୍ରତେକ ଜ଼ିଲ୍ଲା ରେ ବ୍ୟକ୍ତି ଓ ମହିଳା ଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସଂମ୍ମାନ ପ୍ରଦାନ କରାଯାଇଛି,ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ଭଜନ ରେ କିଛି ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବହୁତ ଆନନ୍ଦ ଦେଇ ଥିଲା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର,ଉମାନାଥ ମିଶ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ l

















