
କେନ୍ଦ୍ରାପଡ଼ା,୨୫/୮(ଏଜେନସି) : ରବିବାର ପ୍ରତ୍ୟୁଷରେ ରାଜନଗର ଅନ୍ତର୍ଗତ ପେଣ୍ଠ ଅଞ୍ଚଳର ସମୁଦ୍ରକୂଳରେ ଥିବା ଜିଓଟ୍ୟୁବ୍ ପ୍ରକଳ୍ପରେ ନିଆଁ ଲାଗିଯାଇଛି । ସକାଳେ କେତେକ ସ୍ଥାନୀୟ ଲୋକେ ସେ ଆଡ଼କୁ ଯାଇଥିବା ବେଳେ ଜିଓଟ୍ୟୁବ୍ ଜଳୁଥିବା ଦେଖିଥିଲେ।ତୁରନ୍ତ ସ୍ଥାନୀୟ ଲୋକେ ଡକାହକା ହୋଇ ନିଆଁ ଲିଭାଇବା ସହ ଦମକଳକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି । ୩୩ କୋଟି ଟଙ୍କାରେ ନିର୍ମିତ ୫୦୬ ମିଟର ଦୀର୍ଘ ଭାରତର ଏହି ଦ୍ୱିତୀୟ ଜିଓଟ୍ୟୁବ୍ ପ୍ରକଳ୍ପର ପ୍ରାୟ ୨୦୦ ମିଟର ପୋଡ଼ି ଯାଇଛି। ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ବାସ୍ତବ କାରଣ ଜଣାପଡ଼ି ନାହିଁ।

















