ଦିଗପହଣ୍ଡି,୦୫ /୦୩(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଦିଗପହଣ୍ଡି ପେଟ୍ରୋଲ ପମ୍ପ୍ ନିକଟରେ ବାଇକ୍-ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଏବଂ ମୃତ ଯୁବକ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧୀନ ସାତପେଣ୍ଠ ଗୋପାଳପୁର ଗ୍ରାମର ଶିବ ଗୌଡ଼ ହୋଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

















