ନବକଳେବର ରୋଡ୍‌ରେ ଏନ୍‌କାଉଣ୍ଟର୍‌: ଜଣେ ଆହତ

253
ADVERTISEMENT

ପୁରୀ,୨୫/୮(ଏଜେନସି) : ଶନିବାର ବିଳମ୍ବିତ ରାତ୍ରୀରେ କୁମ୍ଭାରପଡ଼ା ଥାନା ଅଞ୍ଚଳ ନବକଳେବର ରୋଡ୍‌ରେ ପୁଲିସ ସହ ଗୁଳି ବିନିମୟ କରି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଜଣକ ହେଉଛନ୍ତି ବାସେଳୀସାହି ଥାନା ଅନ୍ତର୍ଗତ ଗୋଖାସାହିର ଦିବାନା ବେହେରା। ଜଣକୁ ହତ୍ୟା କରିବାକୁ ରାତି ପ୍ରାୟ ୨ଟା ବେଳେ ସେ ପ୍ରସ୍ତୁତି କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିବା ପୁଲିସ ଚଢ଼ାଉ କରିଥିଲା। ପୁଲିସକୁ ଦେଖିବା ମାତ୍ରେ ଦିବାନା ଗୁଳି ଚଳାଇବାରୁ ପୁଲିସ ବାଧ୍ୟ ହୋଇ ପାଲଟା ଗୁଳି ଚଳାଇଲା। ଗୋଟାଏ ଗୁଳି ଦିବାନାର ଡାହଣ ଗୋଡ଼ରେ ବାଜିବାରୁ ସେ ନବକଳେବର ରୋଡ୍‌ରେ ଟଳି ପଡ଼ିଥିଲା। ପୁଲିସ ତାକୁ କାବୁ କରି ଚିକିତ୍ସା କରାଇବାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା, କିନ୍ତୁ ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ନୂଆ ଡିଏସ୍‌ପିଙ୍କ ସମେତ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀ ଓ ବାସେଳୀସାହି ଆଇଆଇସି ଜୀବନାନନ୍ଦ ଜେନା ମିଳିତ ଭାବେ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

Advertisement