ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ।

12
ADVERTISEMENT

ବ୍ରହ୍ମପୁର,୨୪/୦୨(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଶ୍ରୀରାମନଗରରେ ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷାର ଇଂରାଜୀ ବିଷୟରେ ଖରାପ ପ୍ରଦର୍ଶନ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ଶ୍ରୀୟା ସାହୁ ହୋଇଥିବା ବେଳେ ସେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ବ୍ରହ୍ମପୁର-୨ରେ ଦଶମ ଶ୍ରେଣୀରେ ପଢୁଥିlଲେ । ଖବରପାଇ ବଡବଜାର ଥାନା ପୁଲିସ ମୃତଦେହ ଜବତ କରିବା ସହ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisement