ଗଞ୍ଜାମ,୨୩/୨(ଡ଼ି.ଏଚ ବ୍ୟୁରୋ):-ସାଇବର ଠକେଇ କୁ ନେଇ ଗଞ୍ଜାମ ପୁଲିସକୁ ବଡ ସଫଳତା ମିଳିଛି । ପୋଲିସ ୮୬ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ କରି ୧୧ଟି ମାମଲା ରୁଜୁ କରିବା ସହ ୧୧ ଜଣକୁ ଆଇନଗତ ନୋଟିସ ଜାରି କରି ୬ଜଣକୁ ଗିରଫ କରିଛି । ଏବଂ ୩୨ ଲକ୍ଷ ୫୯ ହଜାର ୯୫୬ ଟଙ୍କା ସିଜ ହୋଇଥିବାବେଳେ ଗିରଫ ବ୍ୟକ୍ତି ମାନଙ୍କ ଠାରୁ ଫୋନ ସମେତ ବିଭିନ୍ନ ବ୍ୟାଙ୍କର ପାସବୁକକୁ ଜବତ କରିଛି ପୋଲିସ ।
















